ଓଡ଼ିଶାର ସମସ୍ତ ଶୈବ ପୀଠରେ ଗଞ୍ଜେଇ ନିଷେଧ

ଭୁବନେଶ୍ୱର,୨୩/୫: ଓଡ଼ିଶାର ସମସ୍ତ ଶୈବ ପୀଠରେ ଗଞ୍ଜେଇ ନିଷେଧ ହେବ । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲପାଳ ଓ ଏସପିଙ୍କୁ ଚିଠି ଲେଖିଛି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ । ସୂଚନାଯୋଗ୍ୟ ଯେ ଅନନ୍ତ ବଳିଆ ଟ୍ରଷ୍ଟର ପୂଜ୍ୟପୂଜକ ବଳିଆ ଶୈବପୀଠରେ ଗଞ୍ଜେଇ ନିଷେଧ କରିବାକୁ ଚିଠି ଲେଖିଥିଲେ । ବିଭିନ୍ନ ଶୈବପୀଠରେ ଗଞ୍ଜେଇର ବହୁଳ ବ୍ୟବହାର ଯୋଗୁଁ ପରିବେଶ ଅତ୍ୟନ୍ତ ଦୂଷିତ ହେଉଛି । ଭକ୍ତମାନେ ସେମାନଙ୍କର ମନୋକାମନା ପୂରା କରିବାକୁ ଠାକୁରଙ୍କୁ ଗଞ୍ଜେଇ ଯାଚଣା କରୁଛନ୍ତି ଓ ସେଠାରେ ତାହାର ବହୁଳ ବ୍ୟବହାର ହେଉଛି । ତେଣୁ ଶୈବକ୍ଷେତ୍ର ଗୁଡିକରେ ଗଞ୍ଜେଇର ବ୍ୟବହାର ଉପରେ କଟକଣା ଲାଗୁ କରିବାକୁ ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଥିଲା ।