ଟ୍ରକ-ବସ୍ ମୁହାଁମୁହିଁ ଧକ୍କା, ୭ମୃତ

ଭୁବନେଶ୍ୱର,୨୩/୫: ମୁମ୍ବାଇ-ପୁଣେ ରାଜପଥରେ ଅଭାବନୀୟ ଘଟଣା ଘଟିଛି । ଟ୍ରକ-ବସ୍ ମୁହାଁମୁହିଁ ଧକ୍କା ହେବାରୁ ୭ଜଣଙ୍କ ମୃତ୍ୟୁ ହୋଇଛି । ୧୩ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ, ମୁମ୍ବାଇରୁ ନାଗପୁର ଅଭିମୁଖେ ଯାଉଥିବା ପୁରୁଣା ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଏକ ବସ୍ ଏଠାରେ ଯାତ୍ରୀମାନଙ୍କୁ ନେଇ ଯାଉଥିଲା । ସାମ୍ନାରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଜୋରରେ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ସ୍ଥାନୀୟ ଲୋକ ଓ ପୋଲିସ ଅନ୍ୟ ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଯେଉଁଠାରେ ଚିକିତ୍ସା ସମୟରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଦୁର୍ଘଟଣାର କାରଣ ଅନୁସନ୍ଧାନ କରୁଛି । କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବା ପୋଲିସ କହିଛି ।