ବାଳିକା ଛାତ୍ରାବାସରେ ଅଗ୍ନିକାଣ୍ଡ, ୨୦ରୁ ଅଧିକ ଛାତ୍ରୀ ମୃତ

ଭୁବନେଶ୍ୱର,୨୨/୦୫:ଦକ୍ଷିଣ ଆଫ୍ରିକୀୟ ଦେଶ ଗୋୟାନାରେ ଅଭାବନୀୟ ଘଟଣା ଘଟିଛି। ସେଠାରେ ଏକ ବାଳିକା ଛାତ୍ରାବାସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିଯିବା ଫଳରେ ୨୦ରୁ ଅଧିକ ଛାତ୍ରୀ ନିଆଁରେ ପୋଡି ମୃତ୍ୟୁବରଣ କରିଛନ୍ତି । ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ନିଆଁ ଲାଗିବା ସମୟରେ ଛାତ୍ରୀମାନେ ଶୋଇପଡିଥିଲେ । ଫଳରେ ନିଆଁ ଭୟଙ୍କର ରୂପ ନେବା ପରେ ସେମାନେ ଜାଣିପାରିଥିଲେ ।ଦୁର୍ଘଟଣାର କିଛି ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ଦେଖିବାକୁ ମିଳିଛି କି, ଦମକଳବାହୀନି ଓ ଉଦ୍ଧାରକାରୀ ଦଳ ଉଭୟ ମିଳିତ ଭାବେ ନିଆଁ ଲିଭାଇବା ଓ ଛାତ୍ରୀମାନଙ୍କୁ ଉଦ୍ଧାର କରିବା କାମରେ ଲାଗିଛନ୍ତି ।

ଗୋୟାନାର ରାଷ୍ଟ୍ରପତି ଇରଫାନ୍ ଅଲ୍ଲୀ ଏହି ଦୁର୍ଘଟଣା ବାବଦରେ ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ଖରାପ ପାଗ କାରଣରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଘଟୁଛି । ହଷ୍ଟେଲରେ ଫଶି ରହିଥିବା ଛାତ୍ରୀମାନଙ୍କୁ ଖୁବଶୀଘ୍ର ଉଦ୍ଧାର କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି ।