ଆସନ୍ତାକାଲି ସନ୍ଧ୍ୟାରେ ଚନ୍ଦ୍ରର ଅତି ନିକଟତର ହେବ ଗ୍ରହ ଶୁକ୍ର

ଭୁବନେଶ୍ୱର,୨୨/୫: ଆସନ୍ତାକାଲି ସନ୍ଧ୍ୟାରେ ଚନ୍ଦ୍ରର ଅତି ନିକଟତର ହେବ ଗ୍ରହ ଶୁକ୍ର ।  ମେ ମାସ ଶେଷ ସପ୍ତାହ ତଥା ଜୁନ ମାସ ୧୫ ତାରିଖ ଯାଏଁ ସବୁଦିନ ସନ୍ଧ୍ୟାରେ ପ୍ରାୟ ଦୁଇ ଘଣ୍ଟା ଧରି ଉଜ୍ଜ୍ୱଳ ଶୁକ୍ର ଗ୍ରହକୁ ପଶ୍ଚିମ ଆକାଶରେ ଆମେ ଖାଲି ଆଖିରେ ଦେଖିପାରିବା । ଏହି ମହାଜାଗତିକ ଦୃଶ୍ୟକୁ ଖାଲି ଆଖିରେ ଦେଖିପାରିବେ ।ଏନେଇ ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ ନିର୍ଦ୍ଦେଶକ  କହିଛନ୍ତି ଯେ ଓଡିଶା ତଥା ଭାରତର ସବୁ ଅଂଚଳରୁ ଆକାଶ ମେଘମୁକ୍ତ ଥିଲେ ଏହାକୁ ମାର୍ଚ୍ଚ ୨୩ ତାରିଖ ସନ୍ଧ୍ୟା ୬ଟା୩୦ରୁ ୯ଟା୧୫ ଯାଏଁ ଦେଖିହେବ । ମାର୍ଚ୍ଚ ୨୩ ତାରିଖ ସନ୍ଧ୍ୟା ୬ଟା ୩୦ରୁ ୮ଟା ଯାଏଁ ପ୍ଲାନେଟୋରିୟମରେ ଦୂରବୀକ୍ଷଣ ଯନ୍ତ୍ରରେ ଦେଖିହେବ ।