ଆସନ୍ତାକାଲି ମନ୍ତ୍ରୀଙ୍କ ଶପଥ ଗ୍ରହଣ, କାହାକୁ ଯିବ ଫୋନ କଲ ?

ଭୁବନେଶ୍ୱର,୨୧/୫: ଆସନ୍ତାକାଲି ସକାଳ ୯ଟା ୫୦ରେ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଅଛି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ଉତ୍ସବ ହେବ। ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଶପଥ ଗ୍ରହଣ ସୂଚୀ ଜାରି କରାଯାଇଛି । ୯ଟା ୫୦ରେ ରାଜ୍ୟପାଳ ନୂଆ ମନ୍ତ୍ରୀଙ୍କୁ ଶପଥ ପାଠ କରାଇବେ ।ସେଠାରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ କାହାକୁ ମନ୍ତ୍ରୀ କରାଯିବ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ହେର୍ଡକ୍ୱାର୍ଟର ନଛାଡିବାକୁ ମନ୍ତ୍ରୀ ଓ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ସୂଚନା ଅନୁସାରେ ଅପରାହ୍ଣ ୩ଟା ପରେ ବିଧାୟକ ଓ ମନ୍ତ୍ରୀଙ୍କୁ ଫୋନ୍ କଲ ଆସିପାରେ । କାହାକୁ ନୂଆ ମନ୍ତ୍ରୀ ପଦ ମିଳିବ ଓ ଆଉ କିଏ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବ, ତାକୁ ନେଇ ସମସ୍ତତଙ୍କ ନଜର ରହିଛି।