ଓଡିଶା ସିମକାର୍ଡ, ପାକିସ୍ତାନ ଲିଙ୍କ: ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କାର ୨ ସହଯୋଗୀ ଅଟକ

ଭୁବନେଶ୍ୱର,୨୧/୫: ଓଡିଶା ସିମକାର୍ଡର ପାକିସ୍ତାନ ସହ ଲିଙ୍କ ଘଟଣାର ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କାର ୨ ସହଯୋଗୀକୁ ଅଟକ ରଖାଯାଇଛି । ଦେଶବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଅଟକ ରଖିଛି ଏସଟିଏଫ । ସେହିପରି ଖୁବଶୀଘ୍ର ଅଭିଯୁକ୍ତଙ୍କ ମୋବାଇଲ ଫୋନକୁ ଫରେନସିକ୍ ଲ୍ୟାବକୁ ପଠାଯିବ ବୋଲି ଜଣା ପଡିଛି ।  ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତକୁ ୫ ଦିନ ପାଇଁ ରିମାଣ୍ଡ ଆବେଦନ ଏସଟିଏଫ କରିଥିବାବେଳେ ସୋମବାର ଠାରୁ ରିମାଣ୍ଡରେ ଆସିବେ ପଠାଣି ସାମନ୍ତ ।