ପବିତ୍ର ସାବିତ୍ରୀ ପୂଜା, ସ୍ୱାମୀଙ୍କ ଦୀର୍ଘାୟୁ କାମନା ପାଇଁ ପତ୍ନୀଙ୍କ ପୂଜାର୍ଚ୍ଚନା

ଭୁବନେଶ୍ୱର,୧୯/୫: ଆଜି ପବିତ୍ର ସାବିତ୍ରୀ ଓଷା । ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ହିନ୍ଦୁ ସଧବା ମହିଳା । ସାବିତ୍ରୀଙ୍କ ପତିଭକ୍ତିକୁ ମନେ ପକାଇ କରୁଛନ୍ତି ପୂଜାର୍ଚ୍ଚନା । ମଥାରେ ସିନ୍ଦୁର, ହାତରେ ନୂଆ ଚୁଡି, ରଙ୍ଗ ବେରଙ୍ଗ ଶାଢୀରେ ସଜେଇ ହୋଇ  ସଧବା ମହିଳା ମନ୍ଦିରରେ ପହଞ୍ଚିଛନ୍ତି ତ ଆଉ କେହି ଘରେ ପୂଜା କରୁଛନ୍ତି।ଓଡିଆ ଘରର ପରମ୍ପରା ଅନୁସାରେ ବିବାହିତ ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା ପାଇଁ ସାବିତ୍ରୀ ବ୍ରତ ପାଳନ କରିଥାଆନ୍ତି । ହିନ୍ଦୁ ମହିଳାମାନେ ପ୍ରତିବର୍ଷ ଏହି ଦିନକୁ ଉତ୍ସାହର ସହିତ ଅପେକ୍ଷା କରିଥାଆନ୍ତି ।