ପ୍ରେମ ବିବାହରେ ସବୁଠୁ ଅଧିକ ହେଉଛି ଛାଡପତ୍ର

ନୂଆଦିଲ୍ଲୀ,୧୭/୫: ପ୍ରେମ ବିବାହରେ ସବୁଠୁ ଅଧିକ ହେଉଛି ଛାଡପତ୍ର । ଆଜି ଏକ ମାମଲାର ଶୁଣାଣୀ କରି ସର୍ବୋଚ୍ଚ ନ୍ୟାୟଳୟ ଏପରି କହିଛନ୍ତି । କୋର୍ଟ ଦମ୍ପତିଙ୍କୁ ମଧ୍ୟସ୍ଥା କରିବା ପାଇଁ ପରାମର୍ଶ ଦେଇଥିଲେ ବି ସ୍ୱାମୀ ଏହାକୁ ବିରୋଧ କରିଥିଲେ । ଏଥିସହ କୋର୍ଟ ଦମ୍ପତିଙ୍କୁ ଯୋଗ ଓ ଧ୍ୟାନ କରିବାକୁ ପରାର୍ମଶ ମଧ୍ୟ ଦେଇଛନ୍ତି । ଆଜିକାଲି ଦେଶରେ ବହୁ ବିବାହ ପ୍ରେମ ବିବାହ ହେଉଛି । ଏଭଳି ସମୟରେ କୋର୍ଟଙ୍କ ଏହି ଟିପ୍ପଣୀ ଇସାରା କରୁଛି ଆଗାମୀ ଦିନରେ ହୁଏତ ସର୍ମ୍ପକ ବଂଚାଇବାରେ ବିଶେଷ କିଛି ସଫଳ ହୋଇନପାରେ ପ୍ରେମ ବିବାହ।