ବିଳମ୍ବରେ କେରଳରେ ପହଁଚିପାରେ ମୌସୁମୀ!

ଭୁବନେଶ୍ୱର,୧୬/୫: ଚଳିତବର୍ଷ ଡେରିରେ କେରଳରେ ପହଁଚିପାରେ ମୌସୁମୀ । ସାଧାରଣତ ଜୁନ ୧ତାରିଖରେ ମୌସୁମୀ ପହଁଚୁଥିବାବେଳେ ଏଥରକ ୪ତାରିଖରେ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।ଗତବର୍ଷ ମେ ୨୯ କେରଳରେ ପହଁଚିଥିଲା ମୌସୁମୀ । ଗତମାସରେ ଆଇଏମଡି କହିଥିଲା ଏଲନିନୋ ପ୍ରଭାବ ପାଇଁ ଭାରତୀୟ ମୌସୁମୀ ସମୟରେ ସାଧାରଣ ବର୍ଷା ହେବା ସମ୍ଭାବନା ରହିଛି । ତେବେ ଓଡିଶା କେବେ ଛୁଇଁବ ସେନେଇ କିଛି ସୂଚନା ମିଳିନି।