ଛାତ୍ରାବାସରେ ଭୟଙ୍କର ଅଗ୍ନିକାଣ୍ଡ, ୬ ମୃତ

ନୂଆଦିଲ୍ଲୀ,୧୬/୫: ନ୍ୟୁଜିଲାଣ୍ଡ ରାଜଧାନୀ ୱେଲିଙ୍ଗଟନ ଏକ ବହୁତଳପ୍ରାସାଦ ଛାତ୍ରାବାସରେ ନିଆଁ ଲାଗିଛି। ଯାହା ଫଳରେ ୬ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଗୁରୁତର ହୋଇଛନ୍ତି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ସୂଚନା ରହିଛି । ଏବେଯାଏଁ ୫୨ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ ୱେଲିଙ୍ଗଟନ୍ ଲୋଫର  ଉପର ମହଲାରେ ନିଆଁ ଲାଗିଥିଲା । ଗୋଟିଏ ମହଲାରେ ଛାତ୍ରମାନେ ରହୁଥିବାବେଳେ ସେହି ଅପାର୍ଟମେଣ୍ଟରେ ଅନେକ ବୟସ୍କ ଲୋକ ମଧ୍ୟ ରହୁଥିଲେ । ଏମାନଙ୍କ ମଧ୍ୟରୁ ନିଆଁ ଲାଗିଥିବା ଜାଣି ପଳାଇଆସିଥିବାବେଳେ ଅନେକ ଫସିରହିଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇଛି ।