ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ

ଭୁବନେଶ୍ୱର,୧୫/୫: ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ । ଦୀପାଳିଙ୍କୁ ଶପଥପାଠ କରାଇଲେ ଉପବାଚସ୍ପତି । ଶପଥ ପାଠ ବେଳେ ସାଙ୍ଗରେ ତାଙ୍କ ମା’ ଓ ଭାଇ ଉପସ୍ଥିତ ଅଛନ୍ତି । ବିଜେଡିର ବରିଷ୍ଠ ନେତାଗତ ମଧ୍ୟ ଉପସ୍ଥିତ ରହିଛନ୍ତି । ଝାରସୁଗୁଡାର ନୂଆ ବିଧାୟିକା ହେଲେ ଦୀପାଳି ଦାସ । ଉପନିର୍ବାଚନରେ ରେକର୍ଡ ଭୋଟରେ ଦୀପାଳି ଜିତିଛନ୍ତି । ତେବେ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ଆସି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଦୀପାଳି ଦାସ । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ସହ ବାପା ଛାଡ଼ିଯାଇଥିବା ଅଧୁରା କାମକୁ ସେ ପୂରଣ କରିବେ । ଦୀପାଳି ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮ହଜାର ୭୨୧ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ହେଲେ ଏଥର ନବ ଦାସଙ୍କ ମୃତ୍ୟୁ ପରେ ହୋଇଥିବା ଉପନିର୍ବଚନରେ ତାଙ୍କ ଝିଅ ଦୀପାଳି ୪୮ହଜାର ୨୩୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।