ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେଲେ ବସଭରାଜ ବୋମ୍ମଇ

ନୂଆଦିଲ୍ଲୀ,୧୪/୫: କର୍ଣ୍ଣାଟକରେ ପରାଜୟ ପରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମଇ ତାଙ୍କ ଇସ୍ତଫାପତ୍ର ରାଜ୍ୟପାଳ ଥାୱରଚନ୍ଦ ଗେହଲୋଟଙ୍କୁ ପ୍ରଦାନ କରିଛନ୍ତି । ରାଜ୍ୟପାଳଙ୍କୁ ଭେଟିବା ପରେ ବୋମ୍ମଇ କହିଛନ୍ତି, ରାଜ୍ୟପାଳ ତାଙ୍କ ଇସ୍ତଫାପତ୍ର ସ୍ୱୀକାର କରିଛନ୍ତି । ଆମେ ଲୋକଙ୍କ ନିଷ୍ପତିକୁ ସମ୍ମାନର ସ୍ୱାଗତ କରୁଛୁ । ଆମକୁ ଏଥର ୩୬ ପ୍ରତିଶତରୁ ଅଧିକ ଭୋଟ୍ ମିଳିବା ସତ୍ୱେ ଆମେ କମ୍ ଆସନ ଜିତିଲୁ । କାହିଁକି ହାରିଲୁ, ତା’ର ସମୀକ୍ଷା କରିବୁ ।

ସୂଚନା ଅନୁସାରେ, ବୋମ୍ମଇ ଚଳିତଥର ଶିଗାଁଓରୁ ନିର୍ବାଚନ ଲଢ଼ିଥିଲେ । ଏହି ଆସନରୁ ସେ ୩୯ହଜାର ୯୭୮ ଭୋଟ୍ ବ୍ୟବଧାନରେ ବିଜୟ ମଧ୍ୟ ହାସଲ କରିଛନ୍ତି । କିନ୍ତୁ ତାଙ୍କର ଏକାଧିକ ମନ୍ତ୍ରୀ ହାରିଯାଇଛନ୍ତି ।