କାହାର ହେବ ଝାରସୁଗୁଡା, ଆରମ୍ଭ ହେଲା ଭୋଟ ଗଣତି

ଭୁବନେଶ୍ୱର,୧୩/୫: ଆଜି ଝାରସୁଗୁଡ଼ା ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି। ଗଣତି ପରେ ଝାରସୁଗୁଡ଼ା ଫଳାଫଳ ପ୍ରକାଶ ପାଇବ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ହେବ ଗଣନା  । ଏହି ସୂଚନା ଦେଇଛନ୍ତି ସିଇଓ ନିକୁଂଜ ବିହାରୀ ଧଳ ।

ଝାରସୁଗୁଡ଼ା ସ୍ଥିତ ଇଂଜିନିୟରିଙ୍ଗ କଲେଜରେ ହୋଇଛି ମତ ଗଣନା କେନ୍ଦ୍ର । ମତ ଗଣନା ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣନା ଚାଲିଛି । ଏହାପରେ ସକାଳ ୮ଟା ୩୦ରୁ ଇଭିଏମ୍ ଗଣନ ଆରମ୍ଭ ହେବ । ଇଭିଏମ ଗଣନା ଲାଗି ୧୪ଟି କାଉଟିଙ୍ଗ ବ୍ୟବସ୍ଥା ହୋଇଛି । ଗୋଟିଏ କାଉଟିଙ୍ଗ ଟେବୁଲରେ ପୋଷ୍ଟାଲ ବାଲାଟ ଗଣନା ହେବ । ୨୫୩ ବୁଥ ଥିବାରୁ ୧୯ ରାଉଣ୍ଡ ଗଣନା ହୋଇପାରେ । ସଂଧ୍ୟା ୪ଟାରୁ ୬ଟା ଭିତରେ ଫଳାଫଳ ଆସିବା ନେଇ କହିଛନ୍ତି ସିଇଓ । ମତ ଗଣନାକୁ ତଦାରଖ କରିବା ଲାଗି ସେଂଟ୍ରାଲ ଅବଜରଭର ଉପସ୍ଥିତ ରହିବେ ।