ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ

ନୂଆଦିଲ୍ଲୀ,୧୧/୫: ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ପାକିସ୍ତାନରେ ଉଗ୍ର ହେଉଛି ହିଂସା । ଆର୍ମି ହେଡକ୍ୱାର୍ଟର ଓ ଗଭର୍ଣ୍ଣର ହାଉସ ଉପରେ ଆକ୍ରମଣ ପରେ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଘର ଉପରେ ଆକ୍ରମଣ କରିଛନ୍ତି ଇମ୍ରାନଙ୍କ ସମର୍ଥକ । ପୋଲିସର ସୂଚନା ମୁତାବକ, ପାକିସ୍ତାନ ତେହରିକ୍ –ଏ- ଇନସାଫ୍ ପାର୍ଟିର ୫୦୦ରୁ ଅଧିକ କର୍ମୀ ବୁଧବାର ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫଙ୍କ ଲାହୋର ସ୍ଥିତ ବାସଭବନ ଉପରେ ପେଟ୍ରୋଲ ବୋମା ମାଡ କରିବା ସହ ପରିସରରେ ଥିବା ଗାଡିରେ ନିଆଁ ଲଗାଇଦେଇଛନ୍ତି । କେବଳ ଏତିକି ନୁହେଁ ଇମ୍ରାନଙ୍କ ସମର୍ଥକମାନେ ସେନାର ଅଧିକାରୀଙ୍କ ଘରେ ପଶି ମଧ୍ୟ ଭଙ୍ଗାରୁଜା କରୁଥିବା ଦେଖିବାକୁ ମିଳୁଛି ।