ଗରମ ଓ ଗୁଳୁଗୁଳିରେ କଲବଲ ରାଜ୍ୟବାସୀ, ଆହୁରି ୫ଦିନ ଘାଣ୍ଟିବ ତାତି

ଭୁବନେଶ୍ୱର,୧୦/୫: ଗରମ ଓ ଗୁଳୁଗୁଳିରେ କଲବଲ ହେଉଛନ୍ତି ରାଜ୍ୟବାସୀ । ଉପକୂଳ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ରହୁଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଏପରି ଗୁଳୁଗୁଳି ପାଗ ଜାରି ରହିବ । ଗତକାଲି ବୌଦ୍ଧ ଓ ଝାରସୁଗୁଡ଼ାରେ ତାତି ୪୨ ଡିଗ୍ରୀ ଟପିଥିଲା । ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୨ ଦଶମିକ ୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାର ତାପମାତ୍ରା ଥିଲା ୪୨ ଦଶମିକ ୪ ଡିଗ୍ରୀ । ସେହିପରି ଆଗକୁ ତାପମାତ୍ରା ବଢିବାର ସମ୍ଭାବନା ରହିଛି।