ପୋଲିସ ଓ ମାଓବାଦୀ ମୁହାଁମୁହିଁ, ୩ ମାଓବାଦୀ ମୃତ

ଭୁବନେଶ୍ୱର,୯/୫: ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଯାହା ଫଳରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡି ଜିଲ୍ଲା କଳାହାଣ୍ଡି ଜିଲ୍ଲା ଏମ୍. ରାମପୁର ଥାନା ଟାପରାଙ୍ଗ ଜଙ୍ଗଲରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ପୋଲିସ ଗୁଳିରେ ୩ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ପୋଲିସ ଡିଏସପି ଆହତ ହୋଇଛନ୍ତି । ଆହତ ଡିଏସପି ହେଲେ ଅତୁଲ ଦାଶ । ତାଙ୍କୁ ବଲାଙ୍ଗିର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।କଳାହାଣ୍ଡି ଏସପି ଏମ. ରାମପୁରରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି । ଦୀର୍ଘ ଦିନର ବ୍ୟବଧାନ ପରେ କଳାହାଣ୍ଡି ପୋଲିସ ଓ ଗୁଇନ୍ଦା ତଥ୍ୟ ଆଧାରରେ ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନ କରାଯାଇଥିଲା ଏଥିରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।