ଭୁବନେଶ୍ୱର,୯/୫: ଓଡିଶାରେ ପହଞ୍ଚିଛନ୍ତି ନୀତୀଶ କୁମାର । ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ସେ ନବୀନ ନିବାସରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବେ । ରାଜନୈତିକ ଆଲୋଚନା ସହ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବେ ବୋଲି ଜଣାପଡ଼ିଛି । ରାହୁଲ ଗାନ୍ଧୀ, ଦିଲ୍ଲୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ସାମାଜବାଦୀ ପାର୍ଟି ମୁଖ୍ୟଙ୍କ ସମେତ ତୁଙ୍ଗ ବାମପନ୍ଥୀ ନେତାଙ୍କୁ ଭେଟିବା ପରେ ଓଡ଼ିଶା ଆସିଛନ୍ତି ନୀତୀଶ କୁମାର । ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଏହି ଦୁଇ ନେତା ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିଲେ । ଏମିତି କି ବ୍ୟକ୍ତିଗତ ଭାବେ ନୀବିଡ଼ ସମ୍ପର୍କ ଥିବାରୁ ପୂର୍ବରୁ ଏକାଧିକ ଥର ନୀତୀଶ, ନବୀନ ନିବାସ ଆସିଛନ୍ତି । କିନ୍ତୁ ଆଜିର ଗସ୍ତ ଅନେକ ଗୁଡ଼ିଏ ଚର୍ଚ୍ଚା ହେବାର ସୂଚନା ରହିଛି ।