ଆମେରିକା ୱାଶିଂଟନ ଡିସିରେ ଦଙ୍ଗା ଏବଂ ହିଂସା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଟ୍ବିଟ୍

ନୂଆଦିଲ୍ଲୀ, ୭/୧: ଆମେରିକା ୱାଶିଂଟନ ଡିସିରେ ଦଙ୍ଗା ଏବଂ ହିଂସା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ବିଟ୍ କରିଛନ୍ତି। ୱାଶିଂଟନ୍ ଡିସିରେ ଦଙ୍ଗା ଏବଂ ହିଂସା ଘଟଣା ବ୍ୟଥିତ କରୁଛି ବୋଲି ସେ କହିଛନ୍ତି ।ଶୃଙ୍ଖଳିତ ଏବଂ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର ଜାରି ରହିବା ଜରୁରୀ। କାରଣ ବିରୋଧ କରି ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବଦଳାଇ ଦିଆଯାଇପାରିବନି ବୋଲି ମୋଦି କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ ଆମେରିକା ୱାଶିଂଟନରେ ହିଂସା, ଗୁଳିମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି।ଏହାସହ ହ୍ବାଇଟ ହାଉସ ଓ କ୍ୟାପିଟାଲ ବିଲ୍ଡିଂରେ ଟ୍ରମ୍ପ ସମର୍ଥକ ହଙ୍ଗାମା କରିଥିଲେ। ଟ୍ରମ୍ପ ସମର୍ଥକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ଫଳରେ ହିଂସାକୁ ଦୃଷ୍ଟିରେ ରଖି ୱାଶିଂଟନ ଡିସିରେ ସନ୍ଧ୍ୟା ୬ଟା ଯାଏ କର୍ଫ୍ୟୁ ଲାଗୁ ହୋଇଛି।