ଭାରତରେ ଋଷ ଟିକା ପରୀକ୍ଷଣକୁ ଅନୁମତି

ନୂଆଦିଲ୍ଲୀ,୧୭।୧୦: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଋଷ ଟିକା ‘ସ୍ପୁଟନିକ ଭି’ ପରୀକ୍ଷଣକୁ  ଅନୁମତି ଦିଆଯାଇ ଥିବା ସୂଚନା ମିଳିଛି। ଏହି ଟିକାର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ‘ସ୍ପୁଟନିକ ଭି’ର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ଆଜି ଅନୁମତି ମିଳିଛି । ତେଣୁ ପରୀକ୍ଷଣ ପାଇଁ ଡକ୍ଟର ରେଡିଜ ଲାବୋରୋଟୋରିକୁ ଅନୁମତି ଦେଲା ଡିସିଜିଆଇ ।