ଅଧବାଟରେ ଜଳିଗଲା ଆମ୍ବୁଲାନ୍ସ, ଚାଲିଗଲା ରୋଗୀଙ୍କ ଜୀବନ

ଭୁବନେଶ୍ୱର,୭/୫: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଅଭାବନୀୟ ଘଟଣା ଘଟିଛି। ରୋଗୀଙ୍କୁ ନେଇ ଯିବା ବାଟରେ ଜଳିଗଲା ୧୦୮ ଆମ୍ବୁଲାନ୍ସ । ପରେ ଆମ୍ବୁଲାନ୍ସ ନଆସିବାରୁ ଅପେକ୍ଷା କରି କରି ଚାଲିଗଲା ରୋଗୀଙ୍କ ଜୀବନ ।

ସୂଚନା ଅନୁସାରେ, ଗୁଳିମିଗୁଡ଼ାର ରୋଗୀଙ୍କୁ ମେଡିକାଲ ନେବା ପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଆମ୍ବୁଲାନ୍ସ ବନ୍ଧୁଗାଁ ମେଡିକାଲରୁ ବାହାରିଥିଲା । କିନ୍ତୁ ଅଧ ବାଟରେ ସର୍ଟସର୍କିଟ ଯୋଗୁଁ ଆମ୍ବୁଲାନ୍ସଟି ଜଳି ଯାଇଥିଲା । ସେପଟେ ଆମ୍ବୁଲାନ୍ସକୁ ଅପେକ୍ଷା କରି କରି ରୋଗୀଙ୍କ ଜୀବନ ଚାଲିଯାଇଥିଲା ।