ଖଲିସ୍ତାନ କମାଣ୍ଡୋ ମୁଖ୍ୟ ପରମଜିତ ସିଂ ମୃତ

ଭୁବନେଶ୍ୱର,୬/୫: ଭାରତର ମୋଷ୍ଟ ୱାଂଟେଡ଼ ଆତଙ୍କବାଦୀ ତଥା ଖଲିସ୍ତାନ କମାଣ୍ଡୋ ମୁଖ୍ୟ ପରମଜିତ ସିଂ ପଂଜୱାରକୁ ଗୁଳିକରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ପାକିସ୍ତାନର ଲାହୋରସ୍ଥିତ ଜୋହର ଟାଉନ ଠାରେ ଦୁଇ ଅଜ୍ଞାତ ବ୍ୟକ୍ତି ପରମଜିତଙ୍କୁ ଗୁଳି କରିଛନ୍ତି । ବାଇକରେ ଆସିଥିବା ଦୁଇ ବ୍ୟକ୍ତି ସକାଳ ପାଖାପାଖି ୬ଟା ସମୟରେ ଗୁଳିକରି ପଳାଇଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ ଗୁଳିକରିବା ସମୟରେ ଏହି ଖଲିସ୍ତାନୀ କମାଣ୍ଡୋଙ୍କ ପାଖରେ ତାଙ୍କର ଜଣେ ସୁରକ୍ଷାକର୍ମୀ ଥିଲେ । ପରମଜିତର ସୁରକ୍ଷାକର୍ମୀ ମଧ୍ୟ ଗୁଳିମାଡ଼ରେ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।