ମହାମହିମଙ୍କ ଭାଷଣ ବେଳେ ବିଦ୍ୟୁତ ବିଭ୍ରାଟ ପ୍ରସଙ୍ଗ, ଚାଲିଛି କାରଣ ଖୋଜା

ନୂଆଦିଲ୍ଲୀ,୬/୫: ସମାବର୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ କଟିଯାଇ ଥିଲା।  ସମାବର୍ତନ ଉତ୍ସବ ପାଇଁ ବିଦ୍ୟୁତ ଯୋଗାଇ ଦେଇଥିବା ଟାଟା ପାୱାର ତାର କିଛି ଭୁଲ୍ ନଥିବା କହିଛି । ସଭାସ୍ଥଳର ପ୍ୟାନେଲ ପର୍ଯ୍ୟନ୍ତ ବିଜୁଳି ଯୋଗାଇ ଦେବା ତାର ଦାୟିତ୍ୱ ଥିଲା, ବାକି କାମ ବିଶ୍ୱବିଦ୍ୟାଳୟର କହି ହାତ ଝାଡି ଦେଇଛନ୍ତିି ଟାଟା ପାୱାର କର୍ତୃପକ୍ଷ ।ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଥିବା ମହାମହିମ ରାଷ୍ଟ୍ରପତି ଅନ୍ଧାରରେ ଅଭିଭାଷଣ ରଖିବା ପରେ ସାରାରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ହୋଇଥିବା ବିଜୁଳି ବିଭ୍ରାଟ ପାଇଁ କିଏ ଦାୟୀ, ତାକୁ ନେଇ ପ୍ରଶ୍ନ ଉଠିଛି ? ବିଜୁଳି ବିଭ୍ରାଟକୁ ନେଇ ଚାରିଆଡୁ ସମାଲୋଚନା ପରେ ଏହାକୁ ଗୁରୁତ୍ୱର ସହ ନେଇ ପ୍ରଶାସନ । ଏହି ତ୍ରୁଟି କେମିତି ଓ କିପରି ହେଲା କାରଣ ଖୋଜା ଚାଲିିିଛି।