ଜମ୍ମୁ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ,୬/୫: ଜମ୍ମୁ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଜମ୍ମୁ ଯାଇ ଗ୍ରାଉଣ୍ଡ ଜିରୋରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ । ରଜୌରୀ ଓ ବାରମୁଲ୍ଲାରେ ସେନା ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଲାଗିରହିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଜମ୍ମୁ ଗସ୍ତ କରିବେ । ରଜୌରୀର କଣ୍ଡି ଜଙ୍ଗଲରେ ସେନା ଓ ଆତଙ୍କବାଦୀ ମଧ୍ୟରେ ଜାରି ରହିଛି ଗୁଳି ବିନିମୟ । ଏଠାରେ ଏବେବି ଲୁଚି ରହିଛନ୍ତି ଆତଙ୍କବାଦୀ । ହେଲିକପ୍ଟର ଜରିଆରେ ସ୍ଥାନୀୟ ଅଞ୍ଚଳ ଉପରେ ନଜର ରଖିଛନ୍ତି ସୁରକ୍ଷାକର୍ମୀ । ସର୍ଚ୍ଚ ଅପରେସନ ମଧ୍ୟ ଜୋରଦାର କରାଯାଇଛି । ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗତକାଲି ଏହି ସ୍ଥାନରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୫ଜଣ ଯବାନ ସହିଦ ହୋଇଥିଲେ । ରଜୌରୀ ଜିଲ୍ଲା କଣ୍ଡି ଅଂଚଳରେ କିଛି ଆତଙ୍କବାଦୀ ଲୁଚି ରହିିଥିବା ସୂଚନା ମିଳିବା ପରେ ସେନା ଓ ଜମ୍ମୁକଶ୍ମୀର ପୁଲିସ ମିଳିତ ସର୍ଚ୍ଚ ଅପରେସନ କରିଥିଲା ।