ଇସ୍ତଫା ପତ୍ର ପ୍ରତ୍ୟାହାର କଲେ ଶରଦ ପାୱାର

ନୂଆଦିଲ୍ଲୀ,୫/୫: ଏନସିପି ଅଧ୍ୟକ୍ଷ ଶରଦ ପାୱାର ଆଜି ତାଙ୍କର ଇସ୍ତଫା ପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ କରି ପାୱାର କହିଛନ୍ତି ୬୬ବର୍ଷର ରାଜନୈତିକ ଜୀବନରୁ ଅବସର ନେଇ ଆରାମ କରିବାକୁ ଚାହୁଁଥିଲି । କିନ୍ତୁ ମୋ ନିଷ୍ପତ୍ତି ପରେ ଦଳର କାର୍ଯ୍ୟକର୍ତ୍ତା ଓ ଲୋକଙ୍କ ଅସନ୍ତୋଷକୁ ନଜରରେ ରଖି  ଇସ୍ତଫା ପତ୍ର ପ୍ରତ୍ୟାହାର କରିଥିବା ସେ କହିଛନ୍ତି। ଏହାସହ ସେ କହିଛନ୍ତି କି, ଇସ୍ତଫା ନେଇ ଘୋଷଣା କରିବା ପରେ ମୋର ପରାମର୍ଶ ଦାତା ଏହା ଉପରେ ପୁନଃ ବିଚାର କରିବାକୁ ଅନୁରୋଧ କରିଥିଲେ । ଏହାସହ ମହାରାଷ୍ଟ୍ରର ସମସ୍ତ ଏନସିପି ନେତା ତାଙ୍କୁ ଇସ୍ତଫା ପତ୍ର ପତ୍ୟାହାର କରିବାକୁ ଅନୁରୋଧ କରିଥିବାରୁ ସେ ତାଙ୍କ ମତକୁ ସମ୍ମାନ ଦେଇ ପୁଣି ଦଳର ଅଧ୍ୟକ୍ଷ ପଦରେ ରହିବେ ବୋଲି କହିଛନ୍ତି ।