ରାଜୌରୀରେ ବିସ୍ପୋରଣ, ୨ଜଣ ଯବାନ ସହିଦ

ନୂଆଦିଲ୍ଲୀ,୫/୫: ଜାମ୍ମୁ-କାଶ୍ମୀର ରାଜୌରୀ ଠାରେ ଯବାନଙ୍କ ପକ୍ଷରୁ ଅପରେସନ ଚାଲିଥିବା ବେଳେ ଆତଙ୍କବାଦୀଙ୍କ ଦ୍ୱାରା ବିସ୍ଫୋରଣ କରାଯାଇଥିଲା । ଏଥିରେ ୨ଜଣ ଯବାନ ସହିଦ ହୋଇଥିବା ବେଳେ ୪ଜଣ ଯବାନ ଗୁରୁତର ହୋଇଛନ୍ତି । ଏବେ ସେଠାରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି । ସୂଚନା ମୁତାବକ ସେଠାରେ ଅପରେସନ ଚଳାଇଵା ବେଳେ ହଠାତ ଆତଙ୍କବାଦୀମାନେ ସାମ୍ନାକୁ ଆସିଯିବାରୁ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।