ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଏଠାରେ ହେବ ଦୃଶ୍ୟମାନ

ଭୁବନେଶ୍ୱର,୫/୫: ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । କିନ୍ତୁ ଏହା ସମାନ୍ୟ ଚନ୍ଦ୍ରଗ୍ରହଣ ପରି ନୁହେଁ ବରଂ ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ । ଆଜି ଚନ୍ଦ୍ରଗ୍ରହଣରେ ଚନ୍ଦ୍ର ସବୁଠାରୁ ଭିନ୍ନ ଦେଖାଯିବେ । ଏହାର କାରଣ ହେଉଛି ଆଜି ଚନ୍ଦ୍ର ଆଜି ପୃଥିବୀର  ଉପଛାୟା ମଧ୍ୟରେ ପ୍ରବେଶ କରି ଅତିକ୍ରମ କରିବ । ତେଣୁ ଏହା ଏକ ଦୁର୍ବଳ ଚନ୍ଦ୍ର ଗ୍ରହଣ ହେବ ବୋଲି କୁହାଯାଉଛି । ଏହି ଗ୍ରହଣ ଆଫ୍ରିକା ପୂର୍ବ ଭାଗରେ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଏବଂ ଏସୀୟାର କିିଛି ଅଂଶରେ ଦେଖାଦେବ । ଏହାସହ ଅଧିକାଂଶ ପାଶ୍ଚାତ୍ୟ ଦେଶକୁ ମଧ୍ୟ ଏହା ଦୃଶ୍ୟମାନ ହେବ ବୋଲି କୁହାଯାଇଛି । ବର୍ଷର ଏହି ପ୍ରଥମ ଚନ୍ଦ୍ର ଗ୍ରହଣକୁ ଭାରତର କିଛି ଅଂଶ ଯେପରି ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ , ପୁଣେ ଆଦି ସ୍ଥାନରେ ମଧ୍ୟ ଦେଖିବାକୁ ମିଳିପାରେ ବୋଲି ମଧ୍ୟ ବୈଜ୍ଞାନିକ ମାନେ କହିଛନ୍ତି ।