ବୋଲେରୋକୁ ପିଟିଲା ଟ୍ରକ, ଗୋଟିିଏ ପରିବାରର ୧୦ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୪/୫: ଛତିଶଗଡ଼ରେ ବୋଲେରୋକୁ ଧକ୍କା ଦେଲା ଟ୍ରକ । ଏହି ଘଟଣାରେ ଗୋଟିିଏ ପରିବାରର ୧୦ଜଣଙ୍କ ମୃତ୍ୟୁ ହୋଇଛି । ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ରାୟପୁର ଜଗଦଲପୁର ରାସ୍ତାରେ ଦୁର୍ଘଟଣା ଘଟିଛି । ଟ୍ରକ ବୋଲେରୋକୁ ଧକ୍କା ଦେଇଥିବା ବେଳେ ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ପରିବାର ଧମତରୀ ଜିଲ୍ଲା ରୁଦ୍ରି ଥାନା ସୋରେମ୍ ଗାଁର  । କାଙ୍କେରର ଚରମା ମରକାଟୋଲାକୁ ବିବାହ କାର୍ଯ୍ୟକ୍ରମ ପାଇଁ ଯାଉଥିଲେ । ରାସ୍ତାରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଧକ୍କା ଦେବା ପରେ ଘଟଣା ସ୍ଥଳରେ ହିଁ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।