ଏନସିପିର ଅଧ୍ୟକ୍ଷ ପଦ ଛାଡିଲେ ଶରଦ ପାୱାର

ନୂଆଦିଲ୍ଲୀ,୨/୫: ଏନସିପିର ଅଧ୍ୟକ୍ଷ ପଦ ଛାଡିଲେ ଶରଦ ପାୱାର । ମହାରାଷ୍ଟ୍ର ନେତା ତଥା ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଶରଦ ପାୱାର ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି ।ଅନ୍ୟପଟେ ଶରଦଙ୍କ ପରେ କିଏ ଦଳର ନେତୃତ୍ୱ ନେବ ଓ କିଏ ଦଳର ଅଧ୍ୟକ୍ଷ ହେବ ତାକୁ ନେଇ ଏବେ ଚର୍ଚ୍ଚା ଜୋର ହେଉଛି । ଗୋଟିଏ ପଟେ ଅଜିତ୍ ପାୱାର ଏନସିପିର ନୂଆ ଅଧ୍ୟକ୍ଷ ହେବା ନେଇ ରେସରେ ଥିବାବେଳେ, ସୁପ୍ରିୟା ସୁଲେ ମଧ୍ୟ ଏନସିପି ଅଧ୍ୟକ୍ଷ ପଦ ପାଇଁ ରେସରେ ଥିବା ଜଣାପଡିଛି ।