ଆଜିଠୁ ୩ମାସ ଧରି ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

ଭୁବନେଶ୍ୱର,୧/୫: ଆଜିଠୁ ୩ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ କରାଯାଇଛି ।  ଏହି ସମୟ ବିରଳ କୁମ୍ଭୀରଙ୍କ ପ୍ରଜନନ ଋତୁ। କୁମ୍ଭୀରମାନେ ସ୍ଥଳ ଭାଗକୁ ଉଠି ସୁରକ୍ଷିତ ସ୍ଥାନ ଦେଖି ବସା ବାନ୍ଧି ଅଣ୍ତା ଦେଇଥାନ୍ତି । ଏହି ସମୟରେ ମା କୁମ୍ଭୀର ଅଧିକ ହିଂସ୍ର ହୋଇଥାଏ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରତିବର୍ଷ ମେ ୧ରୁ ୩ ମାସ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥାଏ ।