ସାରା ରାଜ୍ୟରେ ଆଜିଠୁ ଆରମ୍ଭ ଓବିସି ସର୍ଭେ

ଭୁବନେଶ୍ୱର,୧/୫: ସାରା ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଓବିସି ସର୍ଭେ । ଭୁବନେଶ୍ୱରର ୭୦ ସ୍କୁଲର ୧୦୧ଟି ସେଣ୍ଟରରେ ଏହି ସର୍ଭେ କରାଯାଉଛି । ଭୋଟର ଆଇକାର୍ଡରୁ ନେଇ ପାସପୋର୍ଟ, ପ୍ୟାନ କାର୍ଡ ଓ ଆଧାର କାର୍ଡ ଯେକୌଣସି ଗୋଟିଏ ପ୍ରମାଣ ପତ୍ର ଦେଇ ସର୍ଭେରେ ନିଜକୁ ସାମିଲ କରୁଛନ୍ତି ଏହି ବର୍ଗର ଲୋକେ । ସେହିଭଳି ନୋଡାଲ ଅଫସିର, ମେୟର ସମସ୍ତ ସେଂଟର ଗୁଡିକ ବୁଲି ଦେଖୁଛନ୍ତି ।ଆସନ୍ତା ୨୦ ତାରିଖ ଯାଏଁ ଏହି ସର୍ଭେ ଓ ୨୦ରୁ ୨୭ ଯାଏ ସ୍ପେଶାଲ ସର୍ଭେ ହେବ । ୨୦୮ ଜାତି ଏହି ସର୍ଭେରେ ସାମିଲ ହୋଇଛନ୍ତି । ତେବେ ଏହି ବର୍ଗର ଲୋକ ମାନଙ୍କ ଶିକ୍ଷା ଓ ସମାଜିକ ସ୍ଥିତି ଜାଣିବା ଉଦ୍ଦେଶ୍ୟରେ ଏହି ସର୍ଭେ କରାଯାଉଛି । ତେବେ ରାଜ୍ୟର ମୋଟ ୩୧୪ ବ୍ଲକ ଏବଂ ୧୧୪ ଟି ନଗର ନିଗମରେ ସର୍ଭେ ଚାଲିଛି ।