ଟ୍ୱିଟର ଖବର ପଢିବାକୁ ହେଲେ ଏଣିକି ଦେବାକୁ ପଡିବ ଟଙ୍କା

ଭୁବନେଶ୍ୱର,୧/୫: ଟ୍ୱିଟରର ମାଲିକାନା ପରିବର୍ତ୍ତନ ହେବା ପରେ ନୂଆ ନୂଆ ସୂଚନା ଆସୁଛି। ଏହାରିମଧ୍ୟରେ ଟ୍ୱିଟର ଖବର ପଢିବାକୁ ହେଲୋ ଟଙ୍କା ଦେବାକୁ ପଡିବ ବୋଲି ସୂଚନା ମିଳିଛି। ଆସନ୍ତା ମାସରୁ ଏଭଳି ନିୟମ ଲାଗୁ କରିବାକୁ ଯାଉଛନ୍ତି ଟ୍ୱିଟର ମାଲିକ ଏଲନ ମସ୍କ । ଟ୍ୱିଟରରେ ଖବର ପଢିବାକୁ ହେଲେ ବ୍ୟବହାରକାରୀଙ୍କୁ ମାସିକିଆ ସବସ୍କ୍ରିପସନ୍ ନେବାକୁ ପଡିବ । ଏନେଇ ମସ୍କ କହିଛନ୍ତି ନ୍ୟୁଜ୍ ପ୍ରକାଶ କରୁଥିବା କରୁଥିବା ସଂସ୍ଥାଗୁଡିକ ନିଜର ଆଟିକଲ ତଥା ନ୍ୟୁଜ୍ ପାଇଁ ଲୋକମାନଙ୍କଠୁ ଶୁଳ୍କ ଅସୁଲ କରିପାରିବେ ।  ଏହା ଉଭୟ ମିଡିଆ ଏବଂ ସାଧାରଣ ଜନତାଙ୍କ ଲାଗି ଲାଭଦାୟ ହେବ ବୋଲି କହିଛନ୍ତି ମସ୍କ । ଗତ ବର୍ଷ ଟ୍ୱିଟରକୁ ୪୪ ଶହ କୋଟି ଡଲାରରେ କିଣିବା ପରେ ମସ୍କ ବିଭିନ୍ନ ସୁବିଧା ପାଇଁ ଶୁଳ୍କ ଲାଗୁ କରିଛନ୍ତି । ବ୍ଲୁଟିକ୍ ପାଇଁ ଏବେ ମାସିକ ଶୁଳ୍କ ୯୦୦ ଟଙ୍କା ଏବଂ ଡେକ୍ସଟପ ବ୍ୟବହାରକାରୀଙ୍କ ପାଇଁ ୬୫୦ ଟଙ୍କା ଧାର୍ଯ୍ୟ କରାଯାଇଛି ।