ପଞ୍ଜାବରେ ଗ୍ୟାସ ଲିକ୍, ୯ ମୃତ ଓ ୧୧ ଗୁରୁତର

ନୂଆଦିଲ୍ଲୀ,୩୦/୪: ପଞ୍ଜାବର ଲୁଧିଆନାରେ ବଡ଼ ଅଘଟଣ ଘଟିଛି । ଗ୍ୟାସପୁରାରେ ଗ୍ୟାସ ଲିକ୍ ଯୋଗୁଁ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଗୁରୁତର ହୋଇଛନ୍ତି । ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପୂରା ଅଞ୍ଚଳକୁ ସିଲ୍ କରିଦେଇଛି । ଗୁରୁତରଙ୍କୁ ହସ୍ପିଟାଲ ସ୍ତାନାନ୍ତର କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ସାଢ଼େ ୭ଟା ପାଖାପାଖି ଏକ ଗ୍ୟାସ ଫାକ୍ଟ୍ରିରୁ ଏହି ଗ୍ୟାସ ଲିକ୍ ହୋଇଥିଲା । ଯାହା ପରେ କିଛି ଲୋକେ ଚେତାଶୂନ୍ୟ ହୋଇପଡ଼ିଥିଲେ । ସେପଟେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭବୱନ୍ତ ସିଂ ମାନ୍ ।