ବ୍ଲକ ହେଲା ଏଏନଆଇ ଟ୍ୱିଟର ହ୍ୟାଣ୍ଡେଲ

ନୂଆଦିଲ୍ଲୀ,୨୯/୪: ଦେଶର ସବୁଠାରୁ ବଡ ନ୍ୟୁଜ୍ ଏଜେନ୍ସି ଏଏନଆଇ। ଏହି ଏଏନଆଇକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏହାର ଟ୍ୱିଟର ହ୍ୟାଣ୍ଡେଲକୁ ବ୍ଲକ କରିଦିଆଯାଇଛି । ଏକ ଅଜବ କାରଣ ଦର୍ଶାଇ ଟ୍ୱିଟର ପକ୍ଷରୁ ଏଏନଆଇ ଆକାଉଣ୍ଟକୁ ବ୍ଲକ କରିଦିଆଯାଇଛି । ଟ୍ୱିଟରରେ ଏଏନଆଇର ୭.୫ ମିଲିୟନ ଅର୍ଥାତ ୭୫ଲକ୍ଷ ଫଲୋଅର୍ସ ରହିଛନ୍ତି । ଏବେ ଏହି ଆକାଉଣ୍ଟ ଖୋଲିବା ବେଳେ ଏହା ଡଜନଟ୍ ଏକ୍ସିଟ ବୋଲି ଲେଖୁଛି ।

ଟ୍ୱିଟର ହ୍ୟାଣ୍ଡେଲ ବ୍ଲକ ହେବା ପରେ ଏହାକୁ ନେଇ ଏଏନଆଇର ସଂପାଦକ ସ୍ମିତା ପ୍ରକାଶ ଏକ ଟ୍ୱିଟ୍ କରିଛନ୍ତି । ଏଥିରେ ସେ ଲେଖିଛନ୍ତି କି ଏହା ଏଏନଆଇକୁ ଫଲୋ କରୁଥିବା ଲୋକଙ୍କ ପାଇଁ ଖରାପ ଖବର । ଦେଶରେ ସବୁଠାରୁ ବଡ ସମାଚାର ଏଜେନ୍ସି ଏଏନଆଇ । ଏହାର ୭.୬ ଲକ୍ଷ ଫଲୋଅର୍ସ ରହିଛନ୍ତି । ହେଲେ ଟ୍ୱିଟର ପକ୍ଷରୁ ଏହାର ଆକାଉଣ୍ଟକୁ ବନ୍ଦ କରିଦେବା ଏକ ବଡ ଖବର । ଟ୍ୱିଟର ତରଫରୁ ମଧ୍ୟ ଏକ ଇ-ମେଲ ପଠାଯାଇଛି । ଏଥିରେ ଲେଖାଯାଇଛି କି ଏଏନଆଇର ବୟସ ୧୩ବର୍ଷରୁ କମ୍ ହୋଇଥିବାରୁ ଏହି ଆକାଉଣ୍ଟକୁ ବ୍ଲକ କରାଯାଇଛି ।