ଆରମ୍ଭ ହେଲା ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଯାତ୍ରା

ଭୁବନେଶ୍ୱର,୨୮/୪: ଅପେକ୍ଷାର ଘଟିଲା ଅନ୍ତ । ଆଜି ଆରମ୍ଭ ହୋଇଛି ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଯାତ୍ରା । ହାୱଡ଼ା ଷ୍ଟେସନରୁ ସକାଳ ୬ଟା ୧୦ରେ ଯାତ୍ରା ଆରମ୍ଭ କରିଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ଦିନ ୧୧ଟା ୨୨ରେ ଭୁବନେଶ୍ୱର ରେଳ ଷ୍ଟେସନ ଓ ୧୨ଟା ୩୫ରେ ପୁରୀ ପହଞ୍ଚିିଥିଲା ଟ୍ରେନ । ବନ୍ଦେ ଭାରତ ଏକ୍ସପ୍ରେସ୍ ପୁରୀରେ କିଛି ସମୟ ରହିବା ପରେ ଅପରାହ୍ନ ୧ଟା ୫୦ରେ ହାୱଡା ଅଭିମୁଖେ ବାହାରିଥିଲା । ପୁରୀରୁ ହାୱଡ଼ା ଯାତ୍ରା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସକୁ ଲାଗିଛି ମାତ୍ର ୬ ଘଣ୍ଟା ୨୫ ମିନିଟ । ଏହି ପରୀକ୍ଷାମୂଳକ ଯାତ୍ରା ସଫଳ ହେବାପରେ ଆସନ୍ତା ମେ’ ମାସ ଦ୍ୱିତୀୟ ସପ୍ତାହରୁ ସେବା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।