ବିଜେପିରେ ସାମିଲ ହେଲେ ଅଜୟ ଆଲୋକ

ନୂଆଦିଲ୍ଲୀ,୨୮/୪: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ବିହାର ରାଜନୀତିରେ ବଡ ପରିବର୍ତ୍ତନ । ପୂର୍ବତନ ଜେଡିୟୁ ନେତା  ଅଜୟ ଆଲୋକ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଜେଡିୟୁର ଏହି ଫାୟାରବ୍ରାଣ୍ଡ ପ୍ରବକ୍ତା ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ଅଜୟ ଆଲୋକ ବିଜେପିରେ ସାମିଲ ହେବା ବିହାରରେ ଜେଡିୟୁ ଏବଂ ନୀତିଶ କୁମାରଙ୍କୁ ବଡ ଝଟକା ଦେଇଛି । ବହୁ ସମୟ ଧରି ସେ ଜେଡିୟୁ ପାଇଁ ରାଜନୀତି କରିଆସୁଥିଲେ । ସେ ନୀତିଶ ଏବଂ ଜେଡିୟୁର ବିଚାରଧାରାକୁ ଭଲ ଭାବରେ ଜାଣିଛନ୍ତି ।