ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର, ୬/୧: ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାନୁଆରି ୧୦ରୁ ଫେବ୍ରୁଆରି ୨ ତାରିଖ ଯାଏ ଫର୍ମ ପୂରଣ ହେବ। ବିନା ଜରିମାନାରେ ଜାନୁଆରି ୨୭ ଓ ଜରିମାନା ସହ ଜାନୁଆରି ୨୮ ଫି ଦାଖଲର ଶେଷ ତାରିଖ ହେବ । ଜରିମାନା ସହ ଫେବ୍ରୁଆରି ୨ରେ  ଫର୍ମ ଦାଖଲର ଶେଷ ତାରିଖ ଅଛି ବୋଲି ସୁୁଚନା ମିଳିଛି।