କଲମାରୁ ୧୫ଟି ଗେଟ୍ ଦେଇ ଆସୁଛି ମହାନଦୀ ପାଣି

ଭୁବନେଶ୍ୱର,୨୭/୪: ଛତିଶଗଡ଼ କଲମା ଗେଟ୍ ଖୋଲିବା ପରେ ହୀରାକୁଦରେ ବଢୁଛି ଜଳ  । ଗତକାଲି ୨୦ଟି ଗେଟ୍ ଖୋଲାଥିବା ବେଳେ ୫ଟି ଗେଟ୍ ବନ୍ଦ କରିଛି ଛତିଶଗଡ଼ । ଏବେ ୧୫ଟି ଗେଟ୍ ଦେଇ ପାଣି ଆସୁଛି । ଏବେ ୧୮୩୬ କ୍ୟୁସେକ୍ ଜଳ ପ୍ରବେଶ କରୁଛି । କଲମାରେ ସର୍ବାଧିକ ଜଳ ଧାରଣ କ୍ଷମତା ୧୯୭ ମିଟର ଛୁଇଁ ଯାଇଥିବାରୁ ନିଜ ଛବିକୁ ସ୍ୱଚ୍ଛ ରଖିବା ପାଇଁ ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଛତିଶଗଡ଼ ସରକାର ଗେଟ୍ ଖୋଲି ଦେଇଛନ୍ତି । କଲମା ବ୍ୟାରେଜର ୬୬ଟି ଗେଟ୍ ରହିଛି ।

ଏଥିରେ ସର୍ବାଧିକ ୫୦ ଦଶମିକ ୩୯ କ୍ୟୁବିକ୍ ମିଲିୟନ୍ ମିଟର ଜଳ ସଂରକ୍ଷଣ ହୋଇପାରିବ । ମହାନଦୀ ଟ୍ରିବ୍ୟୁନାଲଙ୍କ ପ୍ରଥମ ପର୍ଯ୍ୟାୟ ଗସ୍ତ ଶେଷ ହୋଇଛି ।