ଛତିଶଗଡରେ ବଡ ଧରଣର ନକ୍ସଲ ଆକ୍ରମଣ, ୧୧ଯବାନ ସହିଦ

ଛତିଶଗଡ଼,୨୬/୪: ଛତିଶଗଡରେ ବଡ ଧରଣର ନକ୍ସଲ ଆକ୍ରମଣ ହୋଇଛି । ଆଇଇଡି ବିସ୍ଫୋରଣରେ ୧୧ ଜଣ ଯବାନ ସହିଦ ହୋଇଛନ୍ତି । ଦାନ୍ତେୱାଡାର ଅରନପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ୧୦ ଜଣ ଡିଆରଜି ଯବାନଙ୍କ ସହ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି । ଗାଡିକୁ ଲକ୍ଷ୍ୟ କରି ଆଇଇଡି ବିସ୍ଫୋରଣ କରିଥିଲେ ନକ୍ସଲ । ଏବେ ବି ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବା ସୂଚନା ରହିଛି।