ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମୁକାବିଲା, ଭାରତୀୟ ଦଳ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ,୨୫/୪: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମୁକାବିଲା ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଶିବସୁନ୍ଦର ଦାସଙ୍କ ନେତୃତ୍ୱ ଗଠିତ ଚୟନ କମିଟି ଫାଇନାଲ ମୁକାବିଲା ପାଇଁ ଦଳ ଘୋଷଣା କରିଛି । ରୋହିତଙ୍କ ନେତୃତ୍ୱରେ ଦଳ ଫାଇନାଲ ମୁକାବିଲା ଖେଳିବ । ସେହିଭଳି ଦୀର୍ଘ ଦିନ ପରେ ପୁଣିଥରେ ଦଳକୁ କମବ୍ୟାକ୍ କରିଛନ୍ତି ଆଜିଙ୍କ୍ୟ ରାହାଣେ । ଦଳରୁ ସୂର୍ଯ୍ୟକୁମାର ଯାଦବ ବାଦ୍ ପଡିଛନ୍ତି ।  ସାମି, ସିରାଜ ଓ ଉମେଶ ଦଳର ବୋଲିଂ ମଙ୍ଗ ସମ୍ଭାଳିବେ । ସ୍ପିନର ଭାବେ ଜାଡେଜା ଓ ଅଶ୍ୱିନୀଙ୍କୁ ସାମିଲ କରାଯାଇଥିବା ବେଳେ ଅଲରାଉଣ୍ଡର ସ୍ଥାନ ସାର୍ଦ୍ଦୁଳ ଠାକୁର ନେଇଛନ୍ତି । କେ.ଏସ ଭରତ, କେ.ଏଲ ରାହୁଲଙ୍କୁ ଟିମରେ ସାମିଲ କରାଯାଇଥିବା ବେଳେ ଶୁଭମାନ ଗିଲଙ୍କୁ ଦଳରେ ସ୍ଥାନ ମିଳିଛି ।

ସୂଚନାଯୋଗ୍ୟ ଯେ ଆସନ୍ତା ଜୁନ୍ ମାସରେ ଇଂଲଣ୍ଡରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଖେଳାଯିବ । ଟାଇଟଲ ପାଇଁ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ । ଇଂଲଣ୍ଡର ଦ ଓଭାଲ ଗ୍ରାଉଣ୍ଡରେ ଏହି ମୁକାବିଲା ଖେଳାଯିବ ।