ବିଦେଶାଗତ ପକ୍ଷୀ ଗଣନା ଆରମ୍ଭ

ଭୁବନେଶ୍ୱର, ୬/୧: କେନ୍ଦ୍ରାପଡ଼ାର ଭିତରକନିକାରେ ବିଦେଶାଗତ ପକ୍ଷୀ ଗଣନା ଆରମ୍ଭ ହୋଇଛି। ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଚାଲିଛି ପକ୍ଷୀ ଗଣନା କରାଯାଉଛି। ଏନେଇ ୧୬ଟି ଟିମ୍ ନିୟୋଜିତ ହୋଇଥିବା ବେଳେ ପ୍ରତି ଟିମ୍‌ରେ ୪ରୁ ୫ ସଦସ୍ୟ ସାମିଲ ରହିଛନ୍ତି।। ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ଏହି ପକ୍ଷୀ ଗଣନା।  ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି।