୭.୩ ତୀବ୍ରତା ସହ ଥରିଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ,୨୪/୪: ନ୍ୟୁଜିଲାଣ୍ଡରେ ଭୀଷଣ ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ରେକର୍ଡ କରାଯାଇଛି । ଭୂମିକମ୍ପ ନ୍ୟୁଜିଲାଣ୍ଡର ଉତ୍ତର ଦ୍ୱୀପଠାରୁ ୯୦୦ କିଲୋମିଟର ଉତ୍ତର-ପୂର୍ବ କେମିଡୀକ୍ ଦ୍ୱୀପର ୧୦ କିଲୋମିଟର ଗଭୀରତାରେ କେନ୍ଦ୍ରୀଭୂତ ହୋଇଛି । ଏଥିରେ ଧନ ଜୀବନ ହାନୀର ଆକଳନ କରାଯାଉଥିଲେ ବି ଏନେଇ ଏଯାଏଁ କୌଣସି ସୂଚନା ମିଳିନାହିଁ ।  ଗତକାଲି ମଧ୍ୟ ଏଠାରେ ୩.୬ ତୀବ୍ରତାପୂର୍ଣ୍ଣ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା ।