କେଦାରନାଥ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଅଘଟଣ, ଚାଲିଗଲା ଯୁବକଙ୍କ ଜୀବନ

ନୂଆଦିଲ୍ଲୀ,୨୩/୪: କେଦାରନାଥ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଅଭାବନୀୟ ଘଟଣା ଘଟିଛି। ହେଲିକପ୍ଟର ପଙ୍ଖା ସଂସ୍ପର୍ଷରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ନାଁ ଅମିତ ସୈନୀ ବୋଲି ଜଣାପଡିଛି ।

ସୂଚନା ଆଧାରରେ, ହେଲିକପ୍ଟରରେ ଲୋଡିଂ ହେଉଥିବା ସମୟରେ ଯେତେବେଳେ ଅମିତ ସୈନୀ ହେଲିକପ୍ଟର ପାଖକୁ ଯାଉଥିଲେ । ସେତେବେଳେ ହେଲିକପ୍ଟରର ପଛ ପଙ୍ଖା ସଂସ୍ପର୍ସରେ ଆସି ଅମିତଙ୍କ ବେକ କଟିଯାଇଥିଲା । ଆଉ ଘଟଣାସ୍ଥଳରେ ଅମିତଙ୍କ ମୃତ୍ୟୁ ହୋଇଯାଇଥିଲା ।