ସିଙ୍ଗାପୁରର ଦୁଇଟି ସାଟେଲାଇଟ୍ ଲଞ୍ଚ କଲା ଇସ୍ରୋ

ନୂଆଦିଲ୍ଲୀ,୨୨/୪: ସିଙ୍ଗାପୁରର ଦୁଇଟି ଉପଗ୍ରହକୁ ନେଇ ଇସ୍ରୋର ‘ପିଏସଏଲଭି-ସି ୫୫’ ଶନିବାର ଉଡାଣ ଭରିଛି । ଆଜି ଦ୍ୱିପହର ୨ଟା ୧୯ ମିନିଟ ସମୟରେ ଏହି ରକେଟ୍ ଲଞ୍ଚ ହୋଇଥିଲା । ତେବେ ଏହି ରକେଟରେ ସିଙ୍ଗାପୁରର ଦୁଇଟି ବଡ ସାଟେଲାଇଟ୍ ଓ ଗୋଟିଏ ଇନ ହାଉସ୍ ପ୍ଲାଟଫର୍ମ ରହିଛି ।

ଇସ୍ରୋ ତରଫରୁ ମିଳିଥିବା ସୂଚନା ମୁତାବକ, ଶ୍ରୀହରିକୋଟାରୁ ଲଞ୍ଚ ହୋଇଥିବା ଏହି ରକେଟରେ ଇସ୍ରୋର ଦୁଇଟି ସାଟେଲାଇଟ୍ ରହିଥିଲା । ଏହାର ଓଜନ ପାଖାପାଖି ୭୪୧ କିଲୋ ଅଟେ । ସେହିପରି ୧୬ କେଜି ଓଜନ ବିଶିଷ୍ଟ ଲୁମିସାଇଟ୍ -୪ ସାଟେଲାଇଟ୍ ମଧ୍ୟ ଏଥିରେ ରହିଛି ।