ସମ୍ବଲପୁରରେ ଇଦକୁ ନେଇ ପୋଲିସର କଡା ବ୍ୟବସ୍ଥା

ଭୁବନେଶ୍ୱର,୨୨/୪: ସମ୍ବଲପୁରରେ ଇଦକୁ ନେଇ ପୋଲିସ ପକ୍ଷରୁ କଡା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ସହରରେ ୪୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ପ୍ରତି ମସଜିଦରେ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଖାଲି ସେତିକି ନୁହେଁ ବାଇକ ପାଟ୍ରୋଲିଂ କଡାକଡି କରାଯାଇଛି । ସମ୍ବଲପୁର ଏସପି ଏ ନେଇ ସୂଚନା ଦେଇଛନ୍ତି ।

ଅନ୍ୟପଟେ ସମ୍ବଲପୁରରେ ସନ୍ଧ୍ୟା ସୁଦ୍ଧା ମିଳିବ ମୋବାଇଲ ଇଣ୍ଟରନେଟ୍ । ସନ୍ଧ୍ୟା ୬ଟାରେ ମୋବାଇଲ ଇଣ୍ଟରନେଟ୍ ଆସିବ । ୯ଦିନ ପରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ ହେବ । ଏ ନେଇ ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି । ପୂର୍ବରୁ ବ୍ରଜବ୍ୟାଣ୍ଡ ଓ ଲିଜଲାଇନ୍ ସେବା ଉପଲବ୍ଧ ଅଛି । ତେବେ ଗତ ୧୩ ତାରିଖରୁ ଇଣ୍ଟନେଟ୍ ସେବା ବନ୍ଦ ଥିଲା ।