ଫାୟାର ପାର୍କ ସହ ଅଗ୍ନିଶମ ସେବାର ୱେବ୍‌ସାଇଟ୍‌ ବି ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୫/୧:ଫାୟାର ପାର୍କ ସହ ଅଗ୍ନିଶମ ସେବାର ୱେବ୍‌ସାଇଟ୍‌ ବି ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଗ୍ନି ନିରପତ୍ତା ନେଇ ସଚେତନତାର ବାର୍ତ୍ତା ଦେବ ପାର୍କ । ଭୁବନେଶ୍ବର ଅଗ୍ନିଶମ ମୁଖ୍ୟ କାର୍ଯ୍ୟାଳୟରେ ରହିଛି ଏହି ପାର୍କ । ପ୍ରତି ଶନିବାର ୩ଟା ୩୦ରୁ ୫ଟା ୩୦ ଯାଏ ଖୋଲା ରହିବ ପାର୍କ । ପାର୍କରେ ରହିଛି ଅଗ୍ନି ନିରାପତ୍ତା ସାମଗ୍ରୀ । ଅଗ୍ନିକାଣ୍ଡ ବେଳେ କିପରି ଉଦ୍ଧାର କରିବେ ସେ ନେଇ ସୂଚନା ମିଳିବ। ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଏହି ପାର୍କ ଦ୍ବାରା ଅଗ୍ନି ନିରପତ୍ତା ନେଇ ସଚେତନତା ବଢ଼ିବ । ନାଗରିକଙ୍କ ଅଗ୍ନି ନିରାପତ୍ତା ପାଇଁ ଏହା ଏକ ଭଲ ଉଦ୍ୟମ । ଏଣିକି ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ ୧୬ଟି ଅଗ୍ନିଶମ ସେବା । ପ୍ଲାଜମା ଦାନ କରିଥିବା ଆଗ୍ନିକଙ୍କୁ ପ୍ରଶଂସା କରିଛନ୍ତିି ମୁଖ୍ୟମନ୍ତ୍ରୀ ।