ବୀର ଯବାନ ସହିଦ ଦେବାଶିଷଙ୍କୁ ଗାର୍ଡ ଅଫ ଅନର ପ୍ରଦାନ

ଭୁବନେଶ୍ୱର,୨୨/୪: ଭୁବନେଶ୍ୱରରେ ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର ପହଁଚିଛି। ବୀର ଯବାନଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ରାଜ୍ୟପାଳ ଗଣେଶୀ ଲାଲ ଶ୍ରଦ୍ଧାଞ୍ଜଳି ଜଣାଇଲେ । ବିମାନବନ୍ଦରରୁ ଜନ୍ମମାଟି ଯିବ ସହିଦଙ୍କ ପାର୍ଥିବ ଶରୀର । ଜନ୍ମମାଟି ସତ୍ୟବାଦୀକୁ ଯିବ ମରଶରୀର । ଖଣ୍ଡାୟତସାହି ଗାଁ ଶ୍ମଶାନରେ ଶେଷକୃତ୍ୟ ହେବ । ସହିଦ ଦେବାଶିଷ ବିଶ୍ୱାଳଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ରାଶି ପ୍ରଦାନ କରାଯିବ । ଅନୁକମ୍ପା ରାଶି ଘୋଷଣା କରିବା ସହ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି ।