ତାତିରୁ ରକ୍ଷା, କାଳବୈଶାଖୀ ଆଣିଲା ପାଗରେ ପରିବର୍ତ୍ତନ

ଭୁବନେଶ୍ୱର,୨୧/୬: ରାଜ୍ୟରେ କିିିଛି ଦିନ ଧରି ଲାଗି ରହିଥିବା ଗ୍ରୀଷ୍ମପ୍ରବାହରୁ ମିଳିଲା ଆଶ୍ୱସ୍ତି । କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି । ଘଡ଼ଘଡ଼ି ସହ ବର୍ଷା ଯୋଗୁଁ ତାପମାତ୍ରା ହ୍ରାସ ପାଇଛି ।  କଟକ, ବଲାଙ୍ଗିର, ବୌଦ୍ଧ, ପାରଳାଖେମୁଣ୍ଡି ସମେତ ଆଉ କିଛି ସ୍ଥାନରେ ଥଣ୍ଡା ପବନ ଅନୁଭୂତ ହୋଇଛି । ଆଗାମୀ ଦୁଇ ଦିନ ପାଇଁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ନେଇ ପାଣିପାଗ ବିଭାଗ ଆକଳନ କରିଛି ।୨୨ ଓ ୨୩ ତାରିଖରେ ଓଡ଼ିଶାର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ତଥା ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ପବନ ବହିବାର ସମ୍ଭାବନା ରହିଛି । ଏହାସହ ଆଗାମୀ ୩ରୁ ୪ ଦିନ ଯାଏଁ ତାପମାତ୍ରା ହ୍ରାସ ପାଇବ ବୋଲି ମଧ୍ୟ ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।