କୋର୍ଟ ପରିସରରେ ମାସ୍କ ବାଧ୍ୟତାମୂଳକ!

ନୂଆଦିଲ୍ଲୀ,୨୧/୪: ଦେଶରେ ଏବେ କରୋନା ଧୀରେ ଧୀରେ ବଢ଼ିବାରେ ଲାଗିଛି। ତେଣୁ ସବୁ ପରିସ୍ଥିତି କୁ ଦୃଷ୍ଟିରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। କୋର୍ଟ ପରିସରରେ ମାସ୍କ ବାଧ୍ୟତାମୂଳକ । କେବଳ ସେତିକି ନୁହେଁ, କୋର୍ଟ ପରିସରରେ ଗହଳି କରିବା ବି ମନା। ଏପରିକି କୋର୍ଟ ପରିସରରେ ଥିବା ପର୍ଯ୍ୟନ୍ତ ପିନ୍ଧିବାକୁ ପଡ଼ିବ ମାସ୍କ । ଏପରି ଆଦେଶ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି। ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଏବେ ଉପରମୁହାଁ ଥିବା ବେଳେ ଏପରି କଡ଼ାକଡ଼ି ନିର୍ଦ୍ଦେଶ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏହି ନିୟମ ହାଇକୋର୍ଟର ସମସ୍ତ ଆଇନଜୀବୀ, କର୍ମଚାରୀ ତଥା ଆସିଥିବା ସାଧାରଣ ଲୋକଙ୍କ ପାଇଁ ଲାଗୁ ହେବ । କୋଭିଡ ସଂକ୍ରମଣ ରୋକିବାକୁ ହାଇକୋର୍ଟ ପରିସରରେ ଏହି ନିୟମ ଏଣିକି କଡ଼ାକଡ଼ି ଭାବେ ଲାଗୁ ହେବ ।