ଜେଲ୍‌ ଡିଆଇଜିଙ୍କ ସମେତ ୭ ଜଣଙ୍କୁ ବିଦା କଲେ ରାଜ୍ୟ ସରକାର

ଭୁବନେଶ୍ୱର, ୫/୧: ଜେଲ୍‌ ଡିଆଇଜିଙ୍କ ସମେତ ୭ ଜଣଙ୍କୁ ବିଦା କରିଛନ୍ତି ରାଜ୍ୟ ସରକାର । ଦୁର୍ନୀତି ଓ ଅପାରଗତା ଯୋଗୁଁ ବିଦା ହୋଇଛନ୍ତି ୭ ଅଫିସର । ଏହାସହ ଜଣେ କମାଣ୍ଡାଣ୍ଟ, ଜଣେ DSP, ଜଣେ ଡେପୁଟି କମାଣ୍ଡାଣ୍ଟ ବିଦା ହୋଇଛନ୍ତି। ୨ ଜଣ ଖଣି ଅଧିକାରୀ ଓ ଜଣେ CDPO ମଧ୍ୟ ବିଦା ହୋଇଛନ୍ତି। ସେହିପରି ଜେଲ୍‌ ଡିଆଇଜି ଗୋପବନ୍ଧୁ ମଲ୍ଲିକଙ୍କୁ ଚାକିରିରୁ ବିଦା କରିଛନ୍ତି ସରକାର । କାରଣ ଜେଲ ୱାର୍ଡର ଚୟନ କମିଟିର ମୁଖ୍ୟ ଭାବେ ପଦବୀର ସେ ଅପବ୍ୟବହାର କରିଥିଲେ ।