ଅଚାନକ ଲାଗୁଛି ନିଆଁ, ଚିନ୍ତାରେ ରୋକଟ ଗ୍ରାମବାସୀ

ଭୁବନେଶ୍ୱର,୨୦/୪: ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ରୋକଟ ଗାଁରେ ତିନିଦିନ ହେଲା ନିଆଁ ଲାଗିଛି। ପ୍ରତି ଦୁଇ ମିନଟରେ ଆକସ୍ମିକ ଭାବେ ଲାଗୁଛି ନିଆଁ । କେବଳ ଘରେ ନୁହେଁ ଗଛ ଆଉ ପାଳ ଗଦାରେ ବି ଲାଗୁଛି ନିଆଁ । କଞ୍ଚା ଗଛରେ ବି ଲାଗି ଯାଉଛି ନିଆଁ । ଲୋକେ ବାହାରକୁ ବି ଯାଉନାହାନ୍ତି । କୌଣସି ମୁହୁର୍ତ୍ତରେ ବି ଘରେ ନିଆଁ ଲାଗିଯିବାର ଆଶଙ୍କା ରହିଛି। ଏହି ଭୟରେ ଲୋକେ ଘରେ ଜଗି ରହୁଛନ୍ତି ।